ରାଜସ୍ଥାନର ଝାଲାୱାଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ବରଯାତ୍ରୀ ଭ୍ୟାନ୍ ଦ୍ରୁତ ଗତିରେ ଆସୁଥିବା ଟ୍ରଲି ସହ ଧକ୍କା ହେବା ଦ୍ଵାରା ୯ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିବାର ସ୍ଥାନୀୟ ଲୋକଙ୍କ ପାଖରୁ ଶୁଣିବାକୁ ମିଳିଛି, ଧକ୍କା ହେବା ପରେ ଭ୍ୟାନଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ବରଯାତ୍ରୀଙ୍କ କରୁଣ ଚିତ୍କାର ଶୁଣା ଯାଇଥିଲା।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।ସୂଚନାନୁସାରେ, ମଧ୍ୟପ୍ରଦେଶର ଡୁଙ୍ଗ୍ରିରେ ଏକ ବିବାହ ସମାରୋହରେ ଯୋଗଦେବା ପରେ ବରଯାତ୍ରୀମାନେ ଦୁର୍ଗଗାଓଁରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ, ଏନଏଚ-୫୨ରେ ପାଚୋଲା ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରଲି ମାରୁତି ଭ୍ୟାନକୁ ଧକ୍କା ଦେଇଥିଲା।ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭ୍ୟାନରେ ଫସି ରହିଥିବା ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲା। ଯେଉଁଠାରେ ଡାକ୍ତରମାନେ ୯ ଜଣଙ୍କୁ ମୃତ ଘୋଷଣା କରିଥିଲେ।

Please follow and like us:
Pin Share

Leave a Reply

Your email address will not be published. Required fields are marked *