ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଅଘଟଣ । ବାଘୁଣୀ ସ୍ନେହାର ମୃତ୍ୟୁ । ୧୪ ବର୍ଷ ବୟସରେ ହୋଇଛି ମୃତ୍ୟୁ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗୁରୁବାର ଦେହ ଖରାପ ହେବାରୁ ଚାଲିଥିଲା ଚିକିତ୍ସା । ପୋଷ୍ଟମର୍ଟମ୍ ରିପୋର୍ଟ ପରେ ଜଣାପଡ଼ିବ ପ୍ରକୃତ ସତ କଣ ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୩ନଂ ଫିଡ଼ିଂ ଚ୍ୟାମ୍ବରରେ ରହୁଥିବା ପ୍ରାୟ ୧୪ ବର୍ଷୀୟା ଧଳା ବାଘୁଣୀ ସ୍ନେହା ଗୁରୁତର ହୋଇପଡିଥିଲେ ।

ଓୟୁଏଟିର ପ୍ରଫେସରଙ୍କ ତତ୍ତ୍ୱାବଧାନରେ ପ୍ରାଣୀ ଚିକିତ୍ସକ ମାନେ ତା’ର ଚିକିତ୍ସା ଆରମ୍ଭ କରିଥିଲେ । ଗୁରୁବାର ତାକୁ ସାଲାଇନ ସହିତ ଭିଟାମିନ ଓ ଆଣ୍ଟିବାୟୋଟିକ ଦିଆଯାଇଥିଲା । ତା’ର ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତା’ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିଲା ।

ବାଘୁଣୀ ସ୍ନେହା କିଛି ଦିନ ତଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ଧିରେ ଧିରେ ଖାଇବା କମାଇଦେଇଥିଲା । ପ୍ରାଣୀ ଚିକିତ୍ସକ ମାନେ ତା’ର ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ସ୍ୱାସ୍ଥ୍ୟର ଅବନତି ହେବାରୁ ଓୟୁଏଟିର ସ୍ୱାସ୍ଥ୍ୟ କମିଟି ସହଯୋଗ ଲୋଡ଼ାଯାଇଥିଲା । ଏବେ ସତ ଚେଷ୍ଟା ପରେ ବି ବାଘୁଣୀକୁ ବଞ୍ଚାଇ ପାରିନାହାଁନ୍ତି ଚିକିତ୍ସକ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *