ଭୁବନେଶ୍ୱର : ବିଜୁ ଜନତା ଦଳ ଛାଡ଼ିପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଟିକଟ ନେଇ ବିଜେଡିରୁ କୌଣସି ସ୍ପଷ୍ଟ ସିଗନାଲ ନ ମିଳିବାରୁ ପାଟ୍ଟଶାଣୀ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ସୂତ୍ରରୁ ଖବର ମିଳିଛି, ପାଟ୍ଟଶାଣୀ ନବୀନ ନିବାସ ଯାଇଥିଲେ । ସେଠାରୁ ଫେରିବା ପରେ ସେ କିଛି ବଡ଼ ନିଷ୍ପତ୍ତି ନେବା ଯୋଜନାରେ ଅଛନ୍ତି ।

ଏପରିକି ଗୁରୁବାର ରାତିରେ ସେ ଦିଲ୍ଲୀ ଯିବା ନେଇ ଚର୍ଚ୍ଚା ହେଉଥିଲା । ଶୁକ୍ରବାର ପାଟ୍ଟଶାଣୀ କିଛି ବଡ଼ ଘୋଷଣା କରିପାରନ୍ତି । ଭୁବନେଶ୍ୱରରୁ ଲଗାତାର ୫ ଥର ସାଂସଦ ହୋଇଥିବା ପାଟ୍ଟଶାଣୀଙ୍କୁ ୨୦୧୯ରେ ଟିକଟ ଦେଇନଥିଲା ବିଜେଡି । ପରେ ସେ ରାଜ୍ୟସଭା ଯିବାକୁ ଆଶାୟୀ ଥିଲେ । ମାତ୍ର ତାଙ୍କ ଆଶା ପୂରଣ ହୋଇନଥିଲା ।

ଏଥର ପାଟ୍ଟଶାଣୀ ବିଧାନସଭା ନିର୍ବାଚନ ପାଇଁ ଚିଲିକାରୁ ପ୍ରାର୍ଥୀ ହେବା ନେଇ ମଝିରେ ଚର୍ଚ୍ଚା ଶୁଣିବାକୁ ମିଳିଥିଲା । ପାଟ୍ଟଶାଣୀ ମଧ୍ୟ ଏ ନେଇ ସଙ୍କେତ ଦେଇଥିଲେ । ମାତ୍ର କିଛି ଦିନ ପରେ ଏ ଚର୍ଚ୍ଚା ବି ଥମି ଯାଇଥିଲା । ଶ୍ରୀ ପାଟ୍ଟଶାଣୀଙ୍କ ଜ୍ୱାଇଁ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।

ଏଥର ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀ ବିଜେପି ପ୍ରାର୍ଥୀ ହୋଇଛନ୍ତି । ତେଣୁ ଶ୍ରୀ ପାଟ୍ଟଶାଣୀ ବିଜେପିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏ ଚର୍ଚ୍ଚାରେ କେତେ ସତ୍ୟତା ଅଛି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *