ରାଜ୍ୟର ଜଣାଶୁଣା ବର୍ଷିୟାନ ଅଭିନେତା ତଥା ନିର୍ଦ୍ଦେଶକ ସଚ୍ଚି ଦାସଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଶତାଧିକ ନାଟକରେ ନିର୍ଦ୍ଦେଶନା ଦେବା ସହିତ ବହୁ ଚଳଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି କୁଳଚନ୍ଦ୍ରମା, ପରିବାର, ମେଘମୁକ୍ତି ପରି ଅନେକ ଚଳଚିତ୍ର।ତେବେ ସଚ୍ଚି ଦାସ ଓଡିଆ ନାଟ୍ୟ ଜଗତର ଜଣେ ଜଣାଶୁଣା ନାମ। ସେ ଓଡିଶାର ସୁପରହିଟ ନାଟକ ଶାଗୁଣା ବସିଛି ଡେଣା ମେଲାଇର ନିର୍ଦ୍ଦେଶକ ଥିଲେ। ଧେତେ…… ସଂଳାପ ସଚ୍ଚି ଦାସଙ୍କଠାରୁ ଉତ୍ପନ ହୋଇଥିଲା। ସେହିପରି ସେ ଶତାଧିକ ନାଟକର ନିର୍ଦ୍ଦେଶକ ଥିଲେ। ରବିନ୍ଦ୍ର ମଣ୍ଡପରେ ପେଶାଦାର ନାଟକ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ବିୟୋଗରେ ଉଭୟ ଚଳଚିତ୍ର ଜଗତ ତଥା ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *