ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଝଟକା । ଅତ୍ୟଧିକ ପୁଅ ପ୍ରେମ ପଡ଼ିଲା ମହଙ୍ଗା । 6 ବର୍ଷ ପାଇଁ ଦଳରୁ ବହିଷ୍କାର କଲା କଂଗ୍ରେସ । ଏନେଇ ଦଳର ରାଜ୍ୟ ପ୍ରଭାରୀ ଡଃ ଅଜୟ କୁମାର ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ତେବେ ସୁର ନିଜ ପୁଅ ତଥା ବିଜେଡିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିବା ଅନେକ ସମୟରେ ଭିଡିଓ ଭାଇରାଲ ହୋଇଥିଲା । ଏବେ ବିଶୃଙ୍ଖଳା ଏବଂ ଦଳ-ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ 6 ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ ।