ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ହାଇକୋର୍ଟଙ୍କ ଝଟ୍‌କା। ତଳ କୋର୍ଟଙ୍କ ରାୟ କାଏମ ରଖିଲେ ହାଇକୋର୍ଟ,ହମ୍ମଦ ମୋକିମ୍‌ଙ୍କ ଆବେଦନକୁ ଖାରଜ କରି ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟକୁ କାଏମ୍‌ ରଖିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ ମୋକିମ,ORHDC ଦୁର୍ନୀତି ମାମଲାରେ ୩ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ। ସୂଚନାଯୋଗ୍ୟ, ଓଡ଼ିଶା ରୁରାଲ ହାଉସିଂ ଡେଭେଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଦୁର୍ନୀତି ମାମଲାର ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଶୁଣାଣି କରି ୨୦୨୨ ସେପ୍ଟେମ୍ବର ୨୯ରେ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏସ୍ ବିନୋଦ କୁମାର, ନିଗମର ପୂର୍ବତନ କମ୍ପାନି ସେକ୍ରେଟାରି ସ୍ବସ୍ତିରଂଜନ ମହାପାତ୍ର, ମେଟ୍ରୋ ବିଲ୍ଡର୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ, ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଥିଲେ।

Please follow and like us:
Pin Share

Leave a Reply

Your email address will not be published. Required fields are marked *