ଦେଶରେ ବର୍ଥ ରେଜିଷ୍ଟ୍ରେସନ (ଜନ୍ମ ପଞ୍ଜୀକରଣ)ର ନୂଆ ନିୟମ ଲାଗୁ ହୋଇସାରିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କରିଥିବା ନୂଆ ନିୟମ ଅନୁସାରେ, ଏବେ ସନ୍ତାନ ଜନ୍ମର ପଞ୍ଜୀକରଣ ସମୟରେ ବାପା ଏବଂ ମାଆ ଉଭୟଙ୍କୁ ନିଜ ନିଜ ଧର୍ମ ମଧ୍ୟ ରେକର୍ଡ କରାଇବାକୁ ପଡ଼ିବ । ରାଜ୍ୟ ସରକାରଗୁଡିକ ଏହି ନିୟମକୁ ନେଇ ନୋଟିଫିକେସନ ଜାରି କରିବାକୁ ହେବ ।

ପୂର୍ବରୁ ଜନ୍ମ ପଞ୍ଜୀକରଣରେ କେବଳ ପରିବାର ଧର୍ମ ରେକର୍ଡ କରାଯାଉଥିଲା । ଏବେ ଅପଡେଟ୍ କରାଯାଇଥିବା ଫର୍ମ ନମ୍ୱର ୧ ବର୍ଥ ରିପୋର୍ଟରେ ପିଲାର ଧର୍ମ ସହ ବାପାର ଧର୍ମ ଏବଂ ମାଆର ଧର୍ମ ଲେଖିବା ପାଇଁ କଠୋରୀ ସାମିଲ କରାଯାଇଛି । ଏହି ନିୟମ ପୋଷ୍ୟ ସନ୍ତାନ ବେଳେ ମଧ୍ୟ ମାଆ-ବାପାଙ୍କ ଉପରେ ମଧ୍ୟ ଲାଗୁ ହେବ ।

କେନ୍ଦ୍ର ସରକାରଙ୍କ ପୋର୍ଟାଲ ସିଭିଲ ରେଜିଷ୍ଟ୍ରେସନ ସିଷ୍ଟମ (crsorgi.gov.in) ଜରିଆରେ ଜନ୍ମ ଏବଂ ମୃତ୍ୟୁର ଡିଜିଟାଲ ପଞ୍ଜୀକରଣ ଏବେ ବାଧ୍ୟତାମୂଳକ ହୋଇଛି । ଏହାଦ୍ୱାରା ଶିକ୍ଷାନୁଷ୍ଠାନରେ ଭର୍ତ୍ତିରେ ଆଡମିଶନ ସହ ବିଭିନ୍ନ ସେବା ପାଇଁ ଡିଜିଟାଲ ଜନ୍ମ ପ୍ରମାଣ ଜାରି କରିବାରେ ସହଜ ହେବ । ବର୍ଥ ରେଜିଷ୍ଟାରରେ ଏବେ ଅତିରିକ୍ତ ବିବରଣୀ ଯେପରି ଆଧାର ନମ୍ୱର, ମାଆ-ବାପାଙ୍କ ମୋବାଇଲ ଏବଂ ଇମେଲ ଆଇଡି ଏବଂ ଘର ଠିକଣା କଠୋରୀ ଦିଆଯାଇଛି ।

ନୂଆ ଜନ୍ମ ପଞ୍ଜୀକରଣ ନିୟମ ମାଆ-ବାପାଙ୍କ ଧର୍ମ, ଡିଜିଟାଲ ପଞ୍ଜୀକରଣ ଏବଂ ସାଂଖିକ ଏବଂ ଆଇନଗତ ଉଦ୍ଦେଶ୍ୟ ପାଇଁ ବ୍ୟାପକ ଡାଟା ସଂଗ୍ରହ ରେକର୍ଡ ଉପରେ ଜୋର ଦେଉଛି । ଆଧାର ନମ୍ୱର, ସମ୍ପର୍କ ବିବରଣୀ ଏବଂ ସଠିକ୍ ଠିକଣା ଏକତ୍ରୀକରଣ, ନାଗରିକ ପଞ୍ଜୀକରଣ ପ୍ରଣାଳୀରେ ରେକର୍ଡ-କିପିଂ ଏବଂ ଡାଟା ମ୍ୟାନେଜମେଣ୍ଟ ଦିଗରେ ଉଦ୍ୟମକୁ ରେଖାଙ୍କିତ କରୁଛି ।

Please follow and like us:
Pin Share

Leave a Reply

Your email address will not be published. Required fields are marked *